Odisha Link
Bridging the Missing Links in Odisha

ବିବାହ କଲେ ଜସଲିନ ମଥାରୁ !

ନୂଆଦିଲ୍ଲୀ: ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋ ଗୁଡ଼ିକରେ ଅନୁପ ସେରୱାନୀ ପୋଷାକ ପରିଧାନ କରିଛନ୍ତି । ଜସଲିନ୍ ମଥାରୁ ଡାର୍କ ପିଙ୍କ ସିଲ୍କ ସଲଓ୍ବାରରେ ନଜର ଆସିଛନ୍ତି। ଏହା ସହ ସେ ହେଭି ଜୁଏଲାରି ମଧ୍ୟ କ୍ୟାରି କରିଛନ୍ତି।

ଯଦିଓ ଜସଲିନ୍ ମଥାରୁ ଏବଂ ଅନୁପ ଜଲୋଟା ବିବାହ କରିଛନ୍ତି କି ନାହିଁ ତାହା ଫଟୋରୁ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋ ଆସିବା ପରେ ଖବର ଭାଇରାଲ ହେବାରେ ଲାଗିଛି।
ଜସଲିନ୍ ମାଥାରୁ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି କିନ୍ତୁ ସେ ଏହି ଫଟୋରେ କୌଣସି କ୍ୟାପସନ୍ ଦେଇନାହାଁନ୍ତି।

ତାଙ୍କର ଏହି ଫଟୋକୁ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି ଏ ସବୁ କ’ଣ? ସେହିପରି ଆଉ ଜଣେ ଲେଖିଛନ୍ତି ବାହାଘର ହେଇଗଲା? ପୁଣି ଦୁଇଜଣଙ୍କ ବାହାଘର କେବେ ହେଲା ବୋଲି ମଧ୍ୟ ପ୍ରଶଂସକ ପ୍ରଶ୍ନ କରିଛନ୍ତି। ତେବେ ସୂତ୍ର ଅନୁସାରେ ଏହା ହେଉଛି ସିନେମା ‘ଓ୍ବ ମେରି ଷ୍ଟୁଡେଣ୍ଟ ହୈ’ର ସୁଟିଂ ସେଟର ଫଟୋ।

https://www.instagram.com/p/CGFejgFMQzn/?igshid=1a46a2ku7ufqn

ଟିଭିର ସବୁଠୁ ବଡ ରିଆଲିଟି ସୋ ବିଗ୍ ବସ୍ ସିଜନ୍୧୨ ରେ ଅନୁପ ଜଲୋଟା ଏବଂ ଜସଲିନ୍ ମଥାରୁ ପାର୍ଟନର ଭାବରେ ସୋ’କୁ ଆସିଥିଲେ ।

ତେବେ ସୋ’ରୁ ବାହାରିବା ପରେ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରକାରର ସଂପର୍କରେ ନଥିବା କଥା କହିଥିଲେ। ଉଭୟ ସ୍ବୀକାର କରିଛନ୍ତି ଯେ ଉଭୟଙ୍କ ମଧ୍ୟରେ କେବଳ ଶିକ୍ଷକ ଏବଂ ଶିଷ୍ୟର ସମ୍ପର୍କ ଅଛି।

ଅନୁପ ଜଲୋଟା ତିନୋଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ସୋନାଲି ସେଥ୍।ବୃତ୍ତି ଅନୁଯାୟୀ ସୋନାଲି ମଧ୍ୟ ଜଣେ ଗାୟୀକା ଥିଲେ ।

ଅନୁପ ଜଲୋଟାଙ୍କ ପରିବାରର ସହମତି ବିନା ଏହି ଦମ୍ପତି ବିବାହ କରିଥିଲେ। ପରେ ସେମାନେ ଛାଡପତ୍ର ହୋଇଥିଲେ।

ଅନୁପ ଜଲୋଟା ଦ୍ୱିତୀୟ ଥର ପାଇଁ ବିନା ଭାଟିଆଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ତିଷ୍ଠି ରହିଲା ନାହିଁ ।ପରେ ଦୁହେଁ ଅଲଗା ହୋଇଥିଲେ। ଏହା ପରେ ଅନୁପ ଜଲୋଟା ତାଙ୍କର ତୃତୀୟ ବିବାହ ମେଡା ଗୁଜ୍ରାଲଙ୍କୁ ବିବାହ କରିଥିଲେ।ଉଲ୍ଲେଖ କରିଥିଲେ।

ଜୁଲାଇରେ ଜସଲିନ କହିଥିଲେ ଯେ ସେ ଭୋପାଳ ଡାକ୍ତର ଅଭିଜିତ ଗୁପ୍ତାଙ୍କୁ ଡେଟ୍ କରୁଥିଲେ। ତେବେ ଅଭିଜିତଙ୍କ ସହ ପରିଚୟ ଅନୁପ ହିଁ କରାଇଥିଲେ। ତେବେ ଲକଡାଉନ ଯୋଗୁ ଅଭିଜିତଙ୍କ ସହ କୌଣସି ସ୍ଥାନ ବୁଲି ପାରି ନାହାନ୍ତି କହିଛନ୍ତି ଜସଲିନ।

Comments are closed.