Odisha Link
Bridging the Missing Links in Odisha

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

ଭୁବନେଶ୍ୱର : କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ ।

ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ଦେଓ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତୀତରେ ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍‍ କରାଯାଇଛି ।

ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆବଶ୍ୟକ ପଡିଲେ ମଧ୍ୟ ଏଭଳି ସିଲ୍‍ କରାଯିବ । ତେଣୁ ଏହା ଉପରେ ମତ ଦେବା ଆଦୌ ସମୀଚିନ ନୁହେଁ ।

ବିଜେପି, ବିଜେଡି, କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳକୁ ଦେଖି କରୋନା ସଂକ୍ରମିତ କରେ
ନାହିଁ ।
ଏହା ହେଉଛି ମାନବିକତା ଏବଂ ଆମେ ସମସ୍ତେ କୋଭିଡ ନିୟମ ମାନି ଏହି ମହାମାରୀ ବିରଦ୍ଧୁ ରେ ଏକଜୁଟ ହୋଇ ଲଢେଇ କରିବାର ଅଛି ବୋଲି ଦେଓ କହିଛନ୍ତି ।

Comments are closed.