୩ ଦିନ ପାଇଁ ଭିସୁଟ୍ ବନ୍ଦ

ବୁର୍ଲା: ୩ ଦିନ ଯାଏଁ ବନ୍ଦ ରହିବ ଭିସୁଟ୍। ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ୩ ଦିନ ଯାଏଁ ବନ୍ଦ ନିଷ୍ପତ୍ତି ନେଲେ ଭିସୁଟ କତ୍ତୃପକ୍ଷ। ଗତକାଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ହୋଇଥିଲା। ଏହି ବୈଠକରେ ଆସନ୍ତା ସୋମବାର ଦିନ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ପ୍ରତ୍ୟେକ ଶନିବାର ଭିସୁଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଶନିବାର, ରବିବାର ଓ ସୋମବାର ତିନି ଦିନ ଧରି ଭିସୁଟ ବନ୍ଦ ରହିବ। ଏହି ତିନି ଦିନ ଭିସୁଟକୁ ସାନିଟାଇଜ କରାଯାଇ ବିଶୋଧନ କରାଯିବ। ଏହି ତିନିଦିନ କୌଣସି କର୍ମଚାରୀ ଭିସୁଟକୁ ନ ଆସିବା ପାଇଁ କୁଳପତି ଘୋଷଣା କରିଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ଭିସୁଟ କୁଳପତି ଏ ନେଇ ଘୋଷଣା କରିଛନ୍ତି।
Comments are closed.