ଫ୍ରାନ୍ସରେ ବିମାନ ଦୁର୍ଘଟଣା, ୫ ମୃତ

ଫ୍ରାନ୍ସ: ଫ୍ରାନ୍ସରେ ବିମାନ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏକ ମାଇକ୍ରୋଲାଇଟ୍ ବିମାନ ସହ ଆଉ ଏକ ଯାତ୍ରୀବାହି ବିମାନ ମଧ୍ୟରେ ଧକ୍କା ହେବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ଶନିବାର ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ ସମୟରେ ପଶ୍ଚିମ ଫ୍ରାନ୍ସରେ ହୋଇଥିଲା। ସରକାରୀ ମୁଖପାତ୍ର ନାଡିୟା ସେଗହାୟର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମାଇକ୍ରୋଲାଇଟ୍ ପ୍ଳେନରେ ୨ ଜଣ ଯାତ୍ରୀ ଥିଲେ, ଏହା DA-୪୦ ଯାତ୍ରୀ ବିମାନ ସହିତ ମାଡ ହୋଇଥିଲା। ଯାତ୍ରୀ ବିମାନରେ ୩ ଜଣ ଲୋକ ଥିଲେ।
ମାଇକ୍ରୋଲାଇଟ୍ ବିମାନ ଏକ ଘର ପାଖରେ ଲ୍ୟାଣ୍ଡ ହୋଇଥିବା ବେଳେ ଆଉ ଏକ ଯାତ୍ରୀବାହିଦ ବିମାନ ଜନଗହଳିପୂର୍ଣ୍ଣ ଅଞ୍ଚଳଠାରୁ ଦୂରରେ ଲ୍ୟାଣ୍ଡ ହୋଇଥିଲା। ଯେଉଁ ଘର ପାଖରେ ମାଇକ୍ରୋଲାଇଟ୍ ବିମାନ କ୍ରାସ୍ ହୋଇଥିଲା ସେଠାରେ ବିମାନର ଦୁଇଜଣ ଲୋକଙ୍କର ମୃତ୍ୟୁ ହେବା ବ୍ୟତୀତ ଆଉ କାହାର ମୃତ୍ୟୁ ହୋଇନଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପ୍ରାୟ ୫୦ ଫାୟାରଫାଇଟର୍ସ ପହଁଞ୍ଚିଥିଲେ ଓ ବିମାନରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ବହୁ ଘଣ୍ଟା ଚେଷ୍ଟା କରିବା ପରେ ନିଆଁକୁ ନିୟନ୍ତ୍ରଣରେ ଅଣାଯାଇଥିଲା।
ଏପର୍ଯ୍ୟନ୍ତ ମୃତ ଲୋକଙ୍କର ପରିଚୟ ମିଳି ପାରିନାହିଁ। ପୁଲିସର କହିବା ଅନୁସାରେ, ସେ ଏହି ଦୁର୍ଘଟଣାର ଯାଞ୍ଚ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଟ୍ରାଭେଲର ପ୍ଲେନ ପୋୟଟାୟର୍ସ ସହରରୁ ଉଡାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗସ୍ତ ହୋଇଥିଲା।