Odisha Link
Bridging the Missing Links in Odisha

ରାଜ୍ୟରେ ୨୫୭୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୨୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି ।

୨୫୭୭ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଜଣ, ଯାଜପୁର ଜିଲ୍ଲାରୁ ୧୩୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୮,ବଲାଙ୍ଗୀରରୁ ୧୦୩, ମୟୁରଭଞ୍ଜରୁ ୧୦୧, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତସିଂହପୁରରୁ ୭୧, ଢେଙ୍କାନାଳରୁ ୬୯ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନପୁରରୁ ୪୫, କଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪,କୋରାପୁଟରୁ ୩୩, ଦେବଗଡ଼ରୁ ୨୩, ରାୟଗଡ଼ାରୁ ୧୯, ଗଜପତିରୁ ୧୩ ଓ ରାଜ୍ୟ ପୁଲରୁ ୧୫୫ ସୁସ୍ଥ ହୋଇଛନ୍ତି ।

Comments are closed.