Odisha Link
Bridging the Missing Links in Odisha

ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଏନେଇ ସିବିଆଇ ଆଜି ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରିଛି। ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆଇ। ଘଟଣାସ୍ଥଳରେ ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା କରିଥିଲା ସିବିଆଇ। ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲା ସିବିଆଇ।ଏହାସହ ପୀଡିତାଙ୍କ ଭାଇକୁ ପଚରାଉଚରା ପାଇଁ ସିବିଆଇ ନେଇ ଯାଇଥିବା ଜଣାପଡିଛି। ପୀଡିତାଙ୍କ ଗାଁରୁ ସିବିଆଇ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ୟୁପିର ହାଥରସରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପରେ ନାବାଳିକାର ଜିଭ କାଟିଦେବା ସହ ମେରୁଦଣ୍ଡ ମଧ୍ୟ ଭାଙ୍ଗିଦେଇଥିଲେ ଦୁର୍ବୃତ୍ତ। ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷରେ ହସ୍ପିଟାଲରେ ଆଖିବୁଜିଥିଲା ପୀଡିତା। ଏହି ଗଣଦୁଷ୍କର୍ମ ଘଟଣାରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୟୁପିରେ ବିରୋଧୀ ଦଳ ନେତା ମାନେ ଏନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ।

Comments are closed.