Odisha Link
Bridging the Missing Links in Odisha

ତନିସ୍କ ବିଜ୍ଞାପନକୁ ନେଇ ଏମିତି କହିଲେ କଙ୍ଗନା

ମୁମ୍ବାଇ: ସୋସିଆଲ ମିଡିଆରେ ଏବେ ତନିସ୍କ କମ୍ପାନୀର ଏକ ବିଜ୍ଞାପନକୁ ନେଇ ଏବେ ଜୋରଦାର୍‌ ଚର୍ଚ୍ଚା। ଏହି ବିଜ୍ଞାପନରେ ଲଭ୍‌ ଜିହାଦ୍‌ ଭଳି ଶବ୍ଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଲୋକଙ୍କ ପ୍ରବଳ ବିରୋଧ ପରେ କମ୍ପାନୀ ପକ୍ଷରୁ ହଟାଇ ଦିଆଯାଇଛି। ତେବେ ଏହି ବିଜ୍ଞାପନକୁ ନେଇ ଏବେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ୱତ ବିରୋଧ କରିଛନ୍ତି।

ବିଜ୍ଞାପନକୁ ନେଇ କଙ୍ଗନା ଲେଖିଛନ୍ତି ଯେ, ଏହାର କନ୍‌ସେପ୍ଟ ସେତେ ଭୁଲ୍‌ ନ ଥିଲା କିନ୍ତୁ ଏହାର ଉପସ୍ଥାପନା ଅତ୍ୟନ୍ତ ଖରାପ ଥିଲା। ଜଣେ ହିନ୍ଦୁ ମହିଳାଙ୍କ ବିବାହ ମୁସଲମାନ ପରିବାରରେ ହୋଇଛି। ମହିଳା ଜଣକ ଅତ୍ୟନ୍ତ ଧିର ସ୍ୱରରେ ନିଜ ଶାଶୁଙ୍କୁ ପଚାରୁଛନ୍ତି ଯେ, ‘ଏହି ରୀତିନୀତି ତ ଆପଣଙ୍କ ପରିବାରରେ ନାହିଁ ତେବେ କାହିଁକି ଏହାକୁ ପାଳନ କରୁଛନ୍ତି?’ ସେ ମହିଳା କ’ଣ ସେହି ଘରର ନୁହଁନ୍ତି? ତାଙ୍କୁ କାହିଁକି ଏଭଳି ପ୍ରଶ୍ନ ପଚାରିବାକୁ ପଡ଼ୁଛି? କ’ଣ ସେ ତା’ ନିଜ ଘରେ ଚାପଗ୍ରସ୍ତ ହୋଇ ରହୁଛି?

କଙ୍ଗନା ଆହୁରି କହିଛନ୍ତି, ଏହା ଅନେକ ଦିଗରୁ ଭୁଲ ପ୍ରଦର୍ଶିତ କରାଯାଇଛି। ମହିଳା ଜଣଙ୍କ ପୂର୍ବରୁ ସେହି ଘରେ ରହୁଥିଲେ ସତ, କିନ୍ତୁ ତାଙ୍କ କୋଳରେ ଘରର ଉତ୍ତରାଧିକାରୀ ଆସିବା ପରେ ବୋହୂର ଦରଜା ଦିଆଗଲା। ଏହା କେବଳ ଲଭ୍‌ ଜିହାଦ୍‌କୁ ପ୍ରୋତ୍ସାହନ କରୁନି ବରଂ ଯୌନ ଶୋଷଣକୁ ମଧ୍ୟ ପ୍ରୋତ୍ସାହିତ କରୁଛି।

ଏହା ବ୍ୟତୀତ କଙ୍ଗନା ହିନ୍ଦୁ ଧର୍ମର ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି। ସେ କହିଛନ୍ତି, ଜଣେ ହିନ୍ଦୁ ଭାବେ ଆମେ ନିଜକୁ ଆତଙ୍କବାଦୀଙ୍କ ଏଭଳି ଅନ୍ଦାଜରୁ ଦୂରେଇ ରଖିବା। ଯେଉଁମାନେ ଆମ ମନରେ ଏଭଳି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସମାଜଠାରୁ ଦୂରେଇ ରଖିବା ନିହାତି ଜରୁରୀ।

Comments are closed.