Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୭୯୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ। ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୨୯୮୮ରେ ପହଁଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୮୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୭୯, ଯାଜପୁରରୁ ୧୪୮, ଅନୁଗୋଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗୀରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡାରୁ ୧୦୨, ବରଗଡରୁ ୯୭, ନୂଆପଡାରୁ ୯୭, ମୟୂରଭଞ୍ଜରୁ ୯୬, ସୁନ୍ଦରଗଡରୁ ୭୭, କଳାହାଣ୍ଡିରୁ ୭୬, ବାଲେଶ୍ୱରରୁ ୭୫, ସୋନପୁରରୁ ୭୧, ଜଗତସିଂହପୁରରୁ ୫୨, କନ୍ଧମାଳରୁ ୫୦, କୋରାପୁଟରୁ ୪୭ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୪୨, କେନ୍ଦୁଝରରୁ ୪୧, ମାଲକାନଗିରିରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୪, ଢେଙ୍କାନାଳରୁ ୩୩, ଝାରସୁଗୁଡାରୁ ୩୧, ଦେବଗଡରୁ ୧୭, ଗଜପତିରୁ ୧୭, ବୌଦ୍ଧରୁ ୫, ରାୟଗଡାରୁ ୪ଜଣ ଆରୋଗ୍ୟ ଲାଭ କରିଛନ୍ତି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.