Odisha Link
Bridging the Missing Links in Odisha

ଏହି ଠାକୁରଙ୍କ ପାଖେ ଲାଗିଲା ୩ ହଜାର କେଜି ସେଓ

ଅହମଦାବାଦ: ଠାକୁରଙ୍କ ପାଖେ ଲାଗିଲା ୩ ହଜାର କେଜି ସେଓ। କରୋନା ମହାମାରୀ କାରଣରୁ ଧର୍ମୀୟ ଅନୁଷ୍ଠାନ ଗୁଡିକ ଦୀର୍ଘଦିନ ହେବ ବନ୍ଦ ଥିଲା। ଅନଲକ ୫ରେ ଧର୍ମୀୟ ସଂସ୍ଥା ଗୁଡିକ ଖୋଲିବାକୁ ଅନୁମତି ମିଳିବା ପରେ, ଅହମଦାବାଦର ସ୍ବାମୀ ନାରାୟଣ ମନ୍ଦିରରେ ଠାକୁରଙ୍କ ପାଖେ ଲାଗିଲା ୩ ହଜାର କେଜି ସେଓ।

ଲକଡାଉନ ପରେ ମନ୍ଦିର ଖୋଲୁଖୋଲୁ ଅହମଦାବାଦର ସ୍ବାମୀ ନାରାୟଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଦୀର୍ଘଦିନ ପରେ ମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ଶ୍ରଦ୍ଦାଳୁମାନେ ଏତେ ମାତ୍ରାରେ ଖୁସି ହୋଇଥିଲେ ଯେ, ଗୋଟିଏ ଦିନରେ ୩ ହଜାର କେଜି ସେଓ ଠାକୁରଙ୍କ ପାଖରେ ଲଗାଇଥିଲେ। ଏଥିସହ ମନ୍ଦିରକୁ ସେଓରେ ସୁସଜିତ କରିଥିଲେ ଶ୍ରଦ୍ଧାଳୁ। ଦୀର୍ଘଦିନ ପରେ ଠାକୁରଙ୍କ ଦର୍ଶନ ପାଇ ଭାବବିହ୍ବଳ ହୋଇଥିଲେ ଶ୍ରଦ୍ଧାଳୁ।

ସେଓ ଗୁଡିକ ପୂଜା କରିବା ପରେ କରୋନା ରୋଗୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା ବୋଲି କହିଛନ୍ତି ମନ୍ଦିରର ପୂଜାରୀ। କରୋନା ରୋଗୀଙ୍କ ଆରୋଗ୍ୟ କାମନା କରି ଶ୍ରଦ୍ଧାଳୁମାନେ ଏପରି କରିଥିବା ପୂଜାରୀ କହିଥିଲେ।

Comments are closed.