Odisha Link
Bridging the Missing Links in Odisha

ହାତୀ ଉପରେ ଯୋଗ କରୁଥିଲେ ବାବା ରାମଦେବ, ତଳକୁ ଗଳି ପଡ଼ିଲେ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଡ଼ ଅଘଟଣରୁ ବର୍ତ୍ତିଗଲେ ଯୋଗଗୁରୁ। ଯୋଗଗୁରୁ ବାବା ରାମଦେବ ହାତୀ ଉପରେ ଯୋଗ କରୁ କରୁ ତଳକୁ ଖସି ପଡ଼ିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୈଭାଗ୍ୟ ବଶତଃ ଏଥିରେ ବାବାଙ୍କ ଶରୀରରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାବା ରାମଦେବ ଯେତେବେଳେ ମଥୁରାର ରାମନାରତୀ ଆଶ୍ରମରେ ସାଧୁମାନଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲେ। ସେହି ସମୟରେ ଏଭଳି ଅଘଟଣ ହୋଇଥିଲା।

ଯୋଗଗୁରୁ ବାବା ରାମଦେବ ମହାବନ ରାମନାରେତୀ ସ୍ଥିତ କର୍ଣ୍ଣୀ ଗୁରୁ ଶରଣାନନ୍ଦ ମହାରାଜଙ୍କ ଆଶ୍ରମରେ ସାଧୁମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ଗୁରୁ ଶରଣାନନ୍ଦ ମହାରାଜ ବି ଏଥିରେ ଯୋଗାଭ୍ୟାସ କରିଥିଲେ। ଯୋଗଦ୍ବାରା ବିଭିନ୍ନ ରୋଗରୁ ସୁସ୍ଥ ହୋଇପାରିବେ ବୋଲି ରାମଦେବ କହିଥିଲେ। ଯେଉଁଥିରେ ଅନୁଲୋମ-ବିଲୋମ ଭଳି ଅନ୍ୟ ଯୋଗ ମଧ୍ୟ ରହିଥିଲା। ବାବାଙ୍କ କହିବା ଅନୁସାରେ ଯୋଗ କରିବା ଦ୍ବାରା କଠିନରୁ କଠିନ ରୋଗରୁ ମନୁଷ୍ୟକୁ ଲାଭ ମିଳିଥାଏ।

ତେବେ ଏହି ଅବସରରେ ବାବା ରାମଦେବ ଏକ ହାତୀ ଉପରେ ଯୋଗାସନ କରିଥିଲେ। ଯେଉଁଥିରେ ବାବା ରାମଦେବ ହାତୀ ଉପରେ ବସି ଯୋଗ ଆସନ କରୁଛନ୍ତି। ଯୋଗ କରିବା ବେଳେ ଅଚାନକ ହାତୀଟି ହଲଚଲ ହେବାରୁ ବାବାଙ୍କ ସନ୍ତୁଳନ ବିଗିଡି ଯାଇଥିଲା। ଫଳରେ ସେ କଚାଡି ହୋଇ ତଳେ ପଡି ଯାଇଥିଲେ। ତେବେ ଏଥିରେ ବାବା କୌଣସି ଗୁରୁତର ହୋଇ ନଥିବା ଜଣା ପଡ଼ିଛି। ଯାହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଏହି ଭିଡିଓଟି ୨୨ ସେକେଣ୍ଡର ରହିଛି।

Comments are closed.