ଜମ୍ମୁ କଶ୍ମୀର: ୪୦୦ ଦିନ ପରେ ନଜରବନ୍ଦୀରୁ ମୁକୁଳିଲେ ମେହବୁବା
ଶ୍ରୀନଗର: ୪୦୦ ଦିନ ପରେ ନଜରବନ୍ଦୀରୁ ମୁକୁଳିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମାକ୍ରାଟିକ୍ ପାର୍ଟିର ପ୍ରମୁଖ ମେହବୁବା ମୁଫ୍ତି। ମଙ୍ଗଳବାର ରାତିରେ ସେ ନଜରବନ୍ଦୀରୁ ମୁକୁଳିଥିଲେ। ଜମ୍ମୁ କଶ୍ମୀର ପ୍ରଶାସନିକ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ୫ ଅଗଷ୍ଟରେ ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟା ଯାଇଥିଲା ଏବଂ ରାଜ୍ୟକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରଯାଇଥିଲା। ଏହାର ଦିନକ ପୂର୍ବରୁ ମେହବୁବା ମୁଫ୍ତିଙ୍କୁ ନଜରବନ୍ଦୀ କରାଯାଇଥିଲା।
ନଜରବନ୍ଦୀରୁ ମୁକୁଳିବା ପରେ ମେହବୁବା ମୁଫ୍ତିଙ୍କ ଟୁଇଟର ଆକାଉଣ୍ଟରୁ ତାଙ୍କ ଝିଅଇତ୍ଲିଜା ମୁଫ୍ତି ଟୁଇଟ କରିଥିଲେ। ସେ ଲେଖିଥିଲେ ଶ୍ରମତୀ ମୁଫତି ନଜରବନ୍ଦୀରୁ ମୁକ୍ତି ପାଇଲେ। ଏହି କଠିନ ପରିସ୍ଥିତିରେ ଯେଉଁମାନେ ମୋତେ ସମର୍ଥନ କରିଥଲେ ସମସ୍ତଙ୍କୁ ଧନ୍ୟବାଦ। ଏବେ ମୁଁ ଇତ୍ଲିଜା ଆପଣଙ୍କଠୁ ବିଦାୟ ନେଉଛି। ଆଲ୍ହା ଆପଣଙ୍କୁ ରକ୍ଷା କରନ୍ତୁ ବୋଲି ଟୁଇଟ କରିଥିଲେ। ମେହବୁବା ନଜରବନ୍ଦୀରେ ରହିବା ଦିନଠୁ ତାଙ୍କ ଝିଅ ତାଙ୍କ ଟୁଇଟର ଆକାଉଣ୍ଟ ଚଲାଉଥିଲେ।
Comments are closed.