ଲଗାଣ ବର୍ଷା: ଭାସିଗଲା ବ୍ରିଜ୍

ଭଞ୍ଜନଗର: ଭାସିଗଲା ବ୍ରିଜ୍। ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ପାଟଣା ନଦୀରେ ନିର୍ମିତ ବ୍ରିଜ୍ ଭାସି ଯାଇଛି। ସୋରଡ଼ା ବ୍ଲକ୍ ବରଦା ପଞ୍ଚାୟତର ଖାରିଗୁଡ଼ାରେ ନିର୍ମିତ ବ୍ରିଜ୍ ଭାସି ଯାଇଛି। ବ୍ରିଜ୍ଟି ଗୋପାଳପୁର-ଖାରିକୁଦକୁ ସଂଯୋଗ କରୁଥିଲା। ବ୍ରିଜ୍ ଭାସିଯିବା ଫଳରେ ୧୫ ଖଣ୍ଡ ଗାଁ ବିଚ୍ଚିନ୍ନ ହୋଇଯାଇଛି।
ଏଥିସହ ଲଗାଣ ବର୍ଷା ଯୋଗୁଁ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ପାହାଡ଼ ଧସି ପଡ଼ିଛି। ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ପାହାଡ଼ ଧସି ପଡ଼ିଥିବା ଜଣାଯାଇଛି। ପାହାଡ଼ରୁ ମାଟି ଅତଡ଼ା ଖସିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।
Comments are closed.