Odisha Link
Bridging the Missing Links in Odisha

ଆଜି ମହାକାଶରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ

ଭୁବନେଶ୍ବର: ଆଜି ମହାକାଶରେ ଦୃଶୀୟମାନ ହେବ ମହାଜାଗତିକ ଦୃଶ୍ୟ। ଏହା ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। କାରଣ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ ଏବଂ ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁଥିବାର ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ ପୁସ୍ତକର ଲେଖକ ଗୁରୁମିତ ବେଦୀ କହିଛନ୍ତି ଯେ, ଏହି ଦିନ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ହେବ ଏବଂ ପୃଥିବୀ ସିଧା ମଙ୍ଗଳ ଏବଂ ସୂର୍ଯ୍ୟ ମଝିରେ ରହିବ।

ଏହା ସହିତ ପୃଥିବୀ ଏବଂ ସୂର୍ଯ୍ୟ ସହିତ ମଙ୍ଗଳ ଏକ ସିଧା ସରଳରେଖାରେ ଦେଖାଯିବେ। ଗୁରୁମିତ ବେଦୀଙ୍କ ଅନୁଯାୟୀ, ଯେଉଁମାନେ ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଏବଂ ସୌର ପ୍ରଣାଳୀରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖି ପାରିବେ ନାହଁ। ସେମାନଙ୍କୁ ଆଉ ୧୫ ବର୍ଷ ଅପେକ୍ଷା କରିବାକୁ ପଡିବ। କାରଣ ଏଭଳି ଦୃଶ୍ୟ କେବଳ ପୁଣିଥରେ ୨୦୩୫ ରେ ଦେଖିବାକୁ ମିଳିବ। ଜ୍ୟୋତିର୍ବିଜ୍ଞାନ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ, ପୃଥିବୀ ଏବଂ ମଙ୍ଗଳ ଗ୍ରହର ତିନୋଟି ଗ୍ରହ ଏକ ସରଳ ରେଖାରେ ରହିବା ଏକ ପ୍ରକୃତ ସ୍ମରଣୀୟ ଦିନ। ଏକ ଅଦ୍ଭୁତ ଘଟଣା ମଙ୍ଗଳ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ଗତି କରିବ।

ଆଜି ଆପଣ ନିଜ ଆଖିରେ ସୌର ପ୍ରଣାଳୀରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖିପାରିବେ। ସନ୍ଧ୍ୟାରେ ଯେତେବେଳେ ପଶ୍ଚିମ ଦିଗରେ ସୂର୍ଯ୍ୟାସ୍ତ ହେବ ସେତେବେଳେ ପୂର୍ବ ଦିଗରେ ମଙ୍ଗଳ ଉଦୟ ହେବ। ଗୁରୁମିତ ବେଦୀଙ୍କ ଅନୁଯାୟୀ ବିଜ୍ଞାନରେ ଏହି ଘଟଣାକୁ ମାର୍ସ ଆଟ ଅପୋଜିସନ କୁହାଯାଇଥାଏ।

Comments are closed.