Odisha Link
Bridging the Missing Links in Odisha

ଅକ୍ଟୋବର ୧୫ରୁ ଏହି ରାଜ୍ୟରେ ଖୋଲିବ ସିନେମା ହଲ୍

ଉତ୍ତରପ୍ରଦେଶ: ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର ଖୋଲିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ଆଦେଶ ଜାରି କରି କହିଛନ୍ତି ଯେ, ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଓ ଥିଏଟର ଅକ୍ଟୋବର ୧୫ରୁ ଖୋଲିବ।

ସିନେମା ହଲ ଓ ଥିଏଟର ଖୋଲିବା ସହ ସାମାଜିକ ଦୂରତା ଓ ଗୃହ ମନ୍ତ୍ରଳାୟର ପରାମର୍ଶ ସମୂର୍ଣ୍ଣ ରୂପେ ମାନିବାକୁ ପଡିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ଥିଏଥର ଖୋଲାଯିବ ବୋଲି ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.