Odisha Link
Bridging the Missing Links in Odisha

୨୫ ବର୍ଷ ପରେ ମିଳିଲା ନ୍ୟାୟ

କଟକ: ୨୫ ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ମିଳିଲା ନ୍ୟାୟ। ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର ୨୫ ବର୍ଷ ପରେ ମିଳିଲା ଚାକିରୀରେ ପୁନଃ ଅବସ୍ଥାପିତ। ଦୋଳମଣି ବିଶିଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅତୀତରେ ହାଇକୋର୍ଟ କେବେ ଏଭଳି ରାୟ ଦେବାର ନଜିର ନଥିବାବେଳେ ଆଜି ଏହା ଇତିହାସ ସୃଷ୍ଟି କରିଛି।

ସୁଚନାଯୋଗ୍ୟ, ଦୋଳମଣି ବିଶି କନଷ୍ଟେବଳ ଭାବେ ଚାକିରୀ ପାଇଥିଲେ। ମାତ୍ର ଚାକିରୀ କରିବାର ବର୍ଷେ ପରେ ପୁଣି ଥରେ ତାଙ୍କର ଉଚ୍ଚତା ମପା ଯାଇଥିଲା। କିନ୍ତୁ ଉଚ୍ଚତା ୧ ସେମି କମ୍ ରହିଛି ବୋଲି ଦର୍ଶାଇ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । ୧୯୯୪ରେ ସେ ଚାକିରୀରୁ ବହିଷ୍କୃତ ହେବା ପରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ସେବେଠାରୁ ଅନେକ ତାରିଖରେ ହାଜର ହୋଇ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି ଦୋଳମଣି। ଶେଷରେ ୨୫ ବର୍ଷ ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି।

ଦୋଳମଣି ବିଶିଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ରାୟ ଶୁଣାଇଛନ୍ତି। ତେବେ ଏହି ରାୟରେ ଦୋଳମଣିଙ୍କ ପାଇଁ ସାମାନ୍ୟ ଦୁଃଖ ବି ରହିଯାଇଛି। ପୁଣି ଥରେ ଚାକିରୀ ଫେରି ପାଇଥିଲେବି ନୋ ୱାର୍କ ନୋ ପେ ନୀତିରେ ତାଙ୍କୁ କୌଣସି ଆର୍ଥିକ ସାହାଯ୍ୟ ମିଳିବ ନାହିଁ।

Comments are closed.