Odisha Link
Bridging the Missing Links in Odisha

 ୫ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରିଲାଣି ।ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଜିଲ୍ଲା ଗୁଡ଼ିକ ହେଲା ଗଜପତି, ରାୟଗଡ଼ା, କଳାହାଣ୍ଡି , ଗଞ୍ଜାମ,ଓ ନବରଙ୍ଗପୁର ।

ଦିନ ୧୦.୩୦ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ସତର୍କ ରହିବାକୁ ପରମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ର। ଆଉ ୪ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବ ।ନୟାଗଡ଼, ଜଗତସିଂ ପୁର , ପୁରୀ ,ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ ।

ଡିପ୍ ଡିପ୍ରେସନ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗତକାଲିଠାରୁ ବର୍ଷା ଲାଗି ରହିଛିି । ଏହା ଆଜି କାକିନାଡା ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଏହି ୫ ଜିଲ୍ଲା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.