Odisha Link
Bridging the Missing Links in Odisha

ପ୍ରେମ, ପ୍ରତାରଣା ଓ ଧୋକା: ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ!, ପ୍ରେମିକ ଫେରାର

ସାନଖେମୁଣ୍ଡି: ପ୍ରଥମେ ପ୍ରେମ ତାପରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ରଖିଲେ ଶାରିରୀକ ସଂପର୍କ। କେବଳ ସେତିକି ନୁହେଁ ନାବାଳିକାଙ୍କୁ ଅପହରଣ କରି ନେଇ ସ୍ତ୍ରୀ ପରିଚୟ ଦେଇ ମଧ୍ୟ ରଖିଥିଲେ। ପରେ ଯୁବକ ଜଣକ ଧୋକା ଦେଇ ନାବାଳିକାଙ୍କୁ ଛାଡ଼ି ଫେରାର। ଏନେଇ ପୁଲିସ୍‌ ଷ୍ଟେସନରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ନାବାଳିକାଙ୍କୁ ଆସିକା ଅଞ୍ଚଳର ଏକ କୁକୁଡା ଫାର୍ମରେ କାମ କରୁଥିବା ସେହି ଗାଁର ଜଣେ ସବର୍ଣ୍ଣ ଜାତିର ଯୁବକ ପ୍ରେମ କରୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। କୌଶଳ କ୍ରମେ ନାବାଳିକାଙ୍କୁ ଅପହରଣ କରିବା ସହ ଅନ୍ୟ ଏକ ଗାଁରେ ଏକ ଭଡାଘରେ ରଖିଥିଲେ। ତାଙ୍କୁ ସ୍ତ୍ରୀର ପରିଚୟ ଦେଇ ଯୁବକ ଜଣଙ୍କ ସେଠାରେ ତାଙ୍କୁ ରଖିଥିଲେ। କିଛି ମାସ ଉଭୟେ ସ୍ଵାମୀ-ସ୍ତ୍ରୀ ଭଳି ରହିବା ପରେ ନାବାଳିକାଙ୍କୁ ଯୁବକ ଜଣଙ୍କ ଧୋକ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ କ୍ରମେ ଥାନା ମାମଲା ନଂ. ୨୩୩/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି।

ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣଙ୍କ ଗତ ମାର୍ଚ୍ଚ ୨୨ ତାରିଖରେ ତାଙ୍କ ଗାଁରୁ ଅପହରଣ କରି ଆଣିବା ପରେ ୩ ମାସ ଭଡା ଘରେ ରଖିଥିଲେ। ସେଠାରେ ଜୋରଜବରଦସ୍ତ ଦୁଷ୍କର୍ମ କରି ଆସୁଥିଲେ। ଗତ ୩ମାସ ପୂର୍ବରୁ ସେ ତାଙ୍କୁ ଭଡ଼ାଘରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିଲେ। ନାବାଳିକା ଜଣଙ୍କ ଏନେଇ ଯୁବକଙ୍କୁ ଫୋନ୍ କରିବାରୁ ତାଙ୍କୁ ଓ ତାଙ୍କ ବାପା-ମା’ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Comments are closed.