Odisha Link
Bridging the Missing Links in Odisha

ଛେଳି ଚୋରି କରିବା ପଡ଼ିଲା ମହଙ୍ଗା, ଗ୍ରାମବାସୀଙ୍କଠୁ ଖାଇଲେ ଉତ୍ତମ ମଧ୍ୟମ

ପାଟଣା: ରାତିରେ ଛେଳି ଚୋରି କରିବା ପଡ଼ିଲା ମହଙ୍ଗା। ଛେଳି ଚୋରି କରିବାକୁ ଆସି ନିସ୍ତୁକ ମାଡ଼ ଖାଇଲେ ୨ ଯୁବକ। ଏପରିକି ଟ୍ରାଫିକ୍ ପୋଷ୍ଟରେ ବାନ୍ଧି ମାଡ଼ ମାରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ମୁତାବିକ, ସୋମବାର ଦିନ ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କାଶୀପୁର ଗାଁରୁ ଛେଳି ଚୋରାଇବାକୁ ଉଦ୍ୟମ କରୁଥିଲେ ୨ ଜଣ। ଠିକ୍ ଏହି ସମୟରେ କେନ୍ଦେଇପଶି ଗାଁର ଟ୍ରାଫିକ୍ ପୋଷ୍ଟରେ ୨ ଜଣ ଛେଳିଚୋରଙ୍କୁ ବାନ୍ଧି ନିର୍ଧୂମ ଛେଚିଛନ୍ତି ଗ୍ରାମବାସୀ। ଏହାପୂର୍ବରୁ ଏ ଅଞ୍ଚଳରେ ଅନେକ ଲୋକଙ୍କ ଛେଳିଚୋରି ହୋଇଛି। ଛେଳି ଚୋରଙ୍କର ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ସକାଳ ୬ଟାରୁ ଏପରି ଘଟଣା ଘଟିଥିଲେ ହେଁ ଏ ଯାଏ ଘଟଣାସ୍ଥଳରେ ପହଞ୍ଚିନି ପୁଲିସ।

Comments are closed.