Odisha Link
Bridging the Missing Links in Odisha

ଦୁଇ ଟ୍ରକ ଦୁର୍ଘଟଣା: ଜଣେ ମୃତ, ଜଣେ ଆହତ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଜାତୀୟ ରାଜପଥ ୧୬ ନଂ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗତ ରାତି ସାଢ଼େ ୨ ଟା ସମୟରେ ୨ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି ।

ଏଥିରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଚାଳକ ଜଣଙ୍କ ହେଲେ ନରେନ୍ଦ୍ରପୁରର ଶିବାରମ ବେହେରା ।

ସୂଚନା ଯୋଗ୍ୟ , ଶିବରାମ ନିଜ ଗାଡିକୁ ରାଜପଥ କଡରେ ଛିଡା କରି ତ୍ରୁଟି ଯାଞ୍ଚ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଫେରୁଥିବା ପଶ୍ଚିମବଙ୍ଗର ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା ।

ଖବର ପାଇ ଟ୍ରାଫିକ ଥାନା ପୁଲିସ ସେଠାରେ ପହଂଚି ୨ ଚାଳକଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ଶିବରାମକୁ ମୃତ ଘୋଷଣା କରିଥିଲେ । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଏସଆଇ ଜିଏନ ମଲ୍ଲିକ କହିଛନ୍ତି ।

Comments are closed.