Odisha Link
Bridging the Missing Links in Odisha

ବଜ୍ର ପାତରେ ୨ମୃତ, ୪ ଗୁରୁତର

ବାଙ୍କୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଥିବାରୁ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ହେଉଛି ।

କଟକ ଜିଲ୍ଲା ବାଙ୍କୀରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳୁ ବର୍ଷା ଲାଗି ରହିଥିବା ବେଳେ ଦୋଳଣାପୁର ନିକଟରେ ବିଲରେ ୬ ଜଣ କାମ କରୁଥିଲେ। ଉକ୍ତ ସମୟରେ ବଜ୍ରପାତ ହେବାରୁ ସମସ୍ତ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଉକ୍ତ ସମୟରେ ବଜ୍ରପାତ ମାରିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସେମାନଙ୍କ ବ୍ୟତୀତ ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ବାଙ୍ଗୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବିଲକୁ ଯାଉଥିବାବେଳେ ଦୋଳଣାପୁର ନିକଟରେ ବଜ୍ରପାତ ହେବାରୁ ।

Comments are closed.