Odisha Link
Bridging the Missing Links in Odisha

ଦେଶରେ ପ୍ରଥମ: ଭୁବନେଶ୍ବରରେ ସବୁ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ

ଭୁବନେଶ୍ବର: ମଙ୍ଗଳବାର ପୂର୍ବାହ୍ନ ୧୧ଟା ୩୦ ମିନଟରେ ରାଜ୍ୟରେ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଭୁବନେଶ୍ବର ସହରରେ ଶତ ପ୍ରତିଶତ ଘରକୁ ପାଇପ୍‌ ସଂଯୋଗ ହୋଇଛି।  ଏହି ଯୋଜନାରେ ସବୁ ପରିବାର ଏଣିକି ପାଇପ୍ ଜଳ ଯୋଗାଣ ସୁବିଧା ପାଇବେ। ଏଭଳି ହେବାରେ ଓଡ଼ିଶାର ରାଜଧାନୀ ଦେଶର ପ୍ରଥମ ସହର ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ପୁରୀ ସହର ଓ ଭୁବନେଶ୍ୱର ସାଲିଆ ସାହିରେ ଡିଙ୍ଗ ଫ୍ରମ୍ ଟ୍ୟାପ୍ ମିଶନର କାର୍ଯ୍ୟକାରୀ ହୋଇଛି। ମୋଟ ୧୨ଟି ସ୍ଥାନରେ ଏହା ଲୋକାର୍ପିତ ହୋଇଛି। ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ବିଶୁଦ୍ଧ ପାଣି ପାଇପାରିବେ। ଏହି ଯୋଜନା ଯୋଗୁଁ ପ୍ରାୟ ୨୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

 

Comments are closed.