Odisha Link
Bridging the Missing Links in Odisha

ଘୁଞ୍ଚିଲା ଦିଲୀପ୍ ରାୟଙ୍କ ଦଣ୍ଡ ଶୁଣାଣି

ଭୁବନେଶ୍ୱର: ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଆଜି ଦଣ୍ଡ ଶୁଣାଣି ହେବାର ଥିଲା। ମାତ୍ର କୋର୍ଟ ଦଣ୍ଡ ଶୁଣାଣିକୁ ଅକ୍ଟୋବର ୨୬କୁ ଘୁଞ୍ଚାଇଛନ୍ତି। ଅକ୍ଟୋବର ୨୬ ତାରଖ ଦିନ ଦିଲୀପ ରାୟଙ୍କ ସମେତ ଅନ୍ୟ ୩ ଦୋଷୀ ବି ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ଼ ଗାଇଡ଼ଲାଇନ ପାଳନ କରି ସମସ୍ତ ଦୋଷୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟଯେ, ୧୯୯୯ରେ ଝାଡ଼ଖଣ୍ଡରେ କୋଇଲା ବ୍ଲକ ଆବଂଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଏହି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଟଳ ବିହାରୀ ବାଜପାୟୀଙ୍କ ସରକାରରେ ଶ୍ରୀ ରାୟ ରାଷ୍ଟ୍ରମନ୍ତ୍ରୀ ଥିଲେ। ସିବିଆଇ କୋର୍ଟର ବିଚାରପତି ଭରତ ପରାଶର ଶ୍ରୀ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଓ ଅନ୍ୟାନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଏବଂ କୋଇଲା ବ୍ଲକ ନେଇଥିବା କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡ଼ର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।

Comments are closed.