Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍। ନବରଙ୍ଗପୁର ଜିଲ୍ଲା ଆର୍‌ଏମ୍‌ସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ନବରଙ୍ଗପୁର ସହରର ଇଛାବତୀ ଗୁଡା ସ୍ଥିତ ବାସଭବନ, ଗାନ୍ଧିନଗରର ସ୍ଥିତ ଘର ଓ ଆର୍‌ଏମ୍‌ସି କାର୍ଯ୍ୟାଳୟରେ ଏକ କାଳୀନ ଚଢ଼ାଉ ହୋଇଥିବା ବେଳେ ଚଢ଼ାଉରେ ନୂଆପଡା, ଜୟପୁର ଏବଂ ନବରଙ୍ଗପୁର ର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି।

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଟିମ ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ତାଙ୍କର ୯ଟି କାର ଓ ବାଇକ୍‌ ଥିବା ଜଣା ପଡ଼ିଛି। ଏ ପର୍ଯ୍ୟନ୍ତ ଅନ୍ୟ ସମ୍ପତିର ଆକଳନ ଚାଲିଛି ବୋଲି ବୋଲି ଭିଜିଲାନ୍ସ ଟିମ୍ କହିଛନ୍ତି।

Comments are closed.