Odisha Link
Bridging the Missing Links in Odisha

ଓଡ଼ିଶାର ଏହି ଦମ୍ପତିଙ୍କ ଅଭିନବ ବିବାହ, ୫୦୦ କୁକୁରଙ୍କୁ ଦେଲେ ଭୋଜି

ଭୁବନେଶ୍ବର: ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ। ସମସ୍ତେ ଚାହିଁଥାଆନ୍ତି ତାଙ୍କ ବାହାଘର ବହୁ ଧୁମଧାମରେ ହେଉ। ବନ୍ଧୁ ସଂପର୍କୀୟଙ୍କ ମଧ୍ୟରେ ଓ ବଡ଼ ଭୋଜିର ଆୟୋଜନ ହେଉ। ହେଲେ ଓଡ଼ିଶାର ଏକ ଦମ୍ପତି ଅଭିନବ ବିବାହ କରି ଏବେ ଚର୍ଚ୍ଚାରେ। ସେ ବିବାହ କରି କିଛି ଭିନ୍ନ କରିଛନ୍ତି। ଉଭୟେ ବିବାହ କରିବା ସାରିବା ପରେ ପାଖାପାଖି ୫୦୦ ବୁଲା କୁକୁରଙ୍କ ପାଇଁ ବିଶେଷ ଭୋଜନ ବ୍ୟବସ୍ଥା କରିଥିଲେ।

ବିବାହ ବନ୍ଧନରେ ବାନ୍ଧି ହୋଇଥିବା ହେଉଛନ୍ତି ୟୁରୋକା ଆପ୍ଟା ଜଣେ ପାଇଲଟ୍‌ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅପରପକ୍ଷେ ଜୋଆନ୍‌ ଓ୍ବାଙ୍ଗ ଜଣେ ଦାନ୍ତ ଚିକିତ୍ସକ। ଏହି ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଭୁବନେଶ୍ବରରେ ୫୦୦ରୁ ଅଧିକ ବୁଲା କୁକୁରଙ୍କୁ ଖୁଆଇବା ପାଇଁ ଏକ ସ୍ଥାନୀୟ ପଶୁ ସୁରକ୍ଷା ସଙ୍ଗଠନ ସହ ଯୋଗାଯୋଗ କରିଥିଲେ। ସେପ୍ଟେମ୍ବର ୨୫ ତାରିଖରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେହି ଦିନ ହିଁ ପଶୁ କଲ୍ୟାଣ ଟ୍ରଷ୍ଟ ଏକମରା ( Animal Welfare Trust Ekmara)ର କର୍ମକର୍ତ୍ତା ମାନେ ନବ ଦମ୍ପତିଙ୍କ ତରଫରୁ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇଥିଲେ।

ଆପ୍ଟା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହି ଲକ୍‌ଡାଉନ୍‌ ସମୟରେ ଗୋଟେ ଦୁର୍ଘଟଣାରେ ଗୋଟେ ବୁଲା କୁକୁର ଆହତ ହୋଇଥିଲା। ଯାହାକୁ ମୋର ଜଣେ ବନ୍ଧୁ ସୁକନ୍ୟା ପତି ବୁଲା କୁକୁରକୁ ବଞ୍ଚାଇ ଥିଲେ। ମୁଁ ଜୋଆନଙ୍କ ସହ ମିଶି ଏକ ବୁଲା କୁକୁରକୁ ନେଇ ପଶୁ ଡାକ୍ତରଖାନାରେ ଚିକିତ୍ସା କରିଥିଲୁ। ଏହାପରେ ଏନିମଲ ଓ୍ବେଲଫେୟାର ଟ୍ରଷ୍ଟ ଏକମରାକୁ ନେଇଯାଇଥିଲୁ। ସେ ଆହୁରି କହିଛନ୍ତି ଯେ, ଆମେ ଦୁହେଁ ୩ ବର୍ଷର ରିଲେସନ୍‌ସିପ୍‌ରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇ ଥିଲୁ। ଆମେ ମନ୍ଦିରରେ ବିବାହ କଲୁ ଏବଂ କୁକୁରଙ୍କ ପାଇଁ କିଛି କରିବାକୁ ଚେଷ୍ଟା କରିଥିଲୁ ବୋଲି ସେ କହିଛନ୍ତି।

Comments are closed.