ଲଗାଣ ବର୍ଷାରେ ପାଚେରି ଭୁଶୁଡି ୯ ମୃତ

ହାଇଦ୍ରାବାଦ: ଲଗାଣ ବର୍ଷାରେ ବେହାଲ୍ ହାଇଦ୍ରାବାଦ୍। ହାଇଦ୍ରାବାଦ ବାନ୍ଦଲାଗୁଡ଼ା ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ନିର୍ମାଣଧୀନ ପାଚେରି ଭୁଶୁଡି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ୯ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି। ଡେବ୍ରିସ ତଳେ ମୃତଦେହ ଫସିରହିଛି। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘର ଉପରେ ପାଚେରୀ ଭୁଶୁଡ଼ିବାରୁ ଅଘଟଣ ଘଟିଛି।
ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦରେ ଏପର୍ଯ୍ୟନ୍ତ ୧୧ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲିଠାରୁ ପ୍ରବଳ ବର୍ଷା କାରଣରୁ ରାସ୍ତା ଘାଟ ଜଳମଗ୍ନ ହୋଇଛି। ଆଜି ମଧ୍ୟ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି। ସବୁଠି ଯାତାୟତ ଠପ୍ ହୋଇଯାଇଛି ।
Comments are closed.