Odisha Link
Bridging the Missing Links in Odisha

ପୁଣି ହାଥରସରେ ୪ ବର୍ଷ ଶିଶୁକୁ ଦୁଷ୍କର୍ମ

ହାଥରସ: ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ଉତ୍ତେଜନା ଥମି ନ ଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ହାଥରସ ଜିଲ୍ଲାର ଗୋଟିଏ ଗାଁର ୪ ବର୍ଷ ଶିଶୁକୁ ଦୁଷ୍କର୍ମ କରାଯାଇଛି। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏ ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ବହୁ ସଂଖ୍ୟକ ଗାଁ ଲୋକଙ୍କ ଭିଡ଼ ଲାଗିଛି। ଜିଲ୍ଲାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକ ଓ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି।

ସୂଚନା ମୁତାବକ, ୪ ବର୍ଷ ଶିଶୁ ଟି ଘର ବାହାରେ ଖେଳୁଥିବା ନେଲେ ସ୍ଥାନୀୟ ଯୁବକ ଅରବିନ୍ଦ ପିଲାଟିକୁ ଚକୋଲେଟ୍ ଦେବା ଆଳରେ ତାକୁ ନିଜ ସହ ଘରକୁ ନେଇ ତା ସହ ଦୁଷ୍କର୍ମ କରିଛି। କିଛି ସମୟ ପରେ ପିଲାଟି ଯେତେବେଳେ କାନ୍ଦି କାନ୍ଦି ଘରେ ପହଞ୍ଚିଲା ପରିବାର ଲୋକ ପିଲାଟିକୁ ପଚରାଉଚରା କରିବାରୁ ଘଟଣା ସାମ୍ନାକୁ ଆସିଲା। ଏବେ ୪ ବର୍ଷ ଶିଶୁଟି ହସପିଟାଲରେ ଚିକିତ୍ସିତ ହେଉଛି।

Comments are closed.