Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ବସ୍, ୫ ଆହତ

ବାଲେଶ୍ୱର: ଭାରସାମ୍ୟ ଓଲଟିଲା ବସ୍। ବାଲେଶ୍ୱର ଜିଲ୍ଳା ଡିଗିରିବାହୀ ଛକ ନିକଟରେ ବୁଧବାର ସକାଳେ ଏକ ଘରୋଇ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍ ଧାନ ବିଲ ଭିତରେ ଓଲଟି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ଅନ୍ୟ ଯାତ୍ରୀ ସୁରକ୍ଷୀତ ଥିବା ସୂଚନା ମିଳିଛି। ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳେ ପ୍ରଭୁଜୀ ନାମକ ଏକ ଘରୋଇ ବସ କଷାଫଳ ଛକରୁ ୧୫ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଡିଗ୍ରିପାହି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ମାନଙ୍କୁ ହସପିଟାଲକୁ ପଠାଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.