ବଜ୍ରପାତରେ ୨ ମୃତ

ନୟାଗଡ: ବଜ୍ରାପାତରେ ୨ ମୃତ। ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁରେ। ମୃତକ ଦ୍ବୟ ହେଲେ ଉଦୟନାଥ ପ୍ରଧାନ ଏବଂ ଶାନ୍ତିଲତା ସାହୁ।
ସୂଚନାମୁତାବକ, ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ବିଲକୁ କାମ କରିବାକୁ ଯାଉଥିବା ବେଳେ ବଜ୍ରାପାତରେ ମାରିଥିଲା। ଘଟଣାସ୍ଥଳରେ ଉଭୟ ଟଳିପଡିଥିଲେ। ତେବେ ସେଠାରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତକ ଉଦୟନାଥ ପ୍ରଧାନ ଏବଂ ଶାନ୍ତିଲତା ସାହୁ।