ଟ୍ବିନ୍ ସିଟିରେ ୩ଟା ଯାଏଁ ବର୍ଷା

ଭୁବନେଶ୍ୱର: ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା କାରଣରୁ ରାସ୍ତାଘାଟ ଭଲ ଦିଶିବନି। ତେଣୁ ଧୀରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଟ୍ରାଫିକ୍ ବି ଜାମ ହୋଇପାରେ। ତେଣୁ ଯଥା ସମ୍ଭବ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଭଞ୍ଜନଗରର ପଦ୍ମାନଦୀ ପୋଲି ଭାସି ଯାଇଥିବା ଜଣାଯାଇଛି। ସୋରଡ଼ା ବ୍ଲକ ଗୋକୁଳପୁର ଗାଁ ନିକଟରେ ମଧ୍ୟ ପୋଲ ଭାସିଯାଇଛି। ଫଳରେ ୧୦ଟି ଗାଁର ଲୋକମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।