Odisha Link
Bridging the Missing Links in Odisha

କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା। ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରାଇମବ୍ରାଞ୍ଚ ଏଡିଜିପିଙ୍କୁ ଚିଠି ଲେଖିଲା ରାଜସ୍ୱ ବିଭାଗ। ଅନୁସୂଚିତଙ୍କ ଜମି ହଡପ ନେଇ ୩ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ମାମଲାର ତଦନ୍ତ ଭାର ଯାଇଛି କ୍ରାଇମବ୍ରାଞ୍ଚ ହାତକୁ।ଖୋର୍ଦ୍ଧା ଜିଲ୍ଲାପାଳ ରାଜସ୍ୱ ବିଭାଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରିଥିଲେ।

ଜମି କିଣାବିକାରେ ଅନିୟମିତତା ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଥିବା ବେଳେ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ଜମି କିଣାଯାଇଥିବା କୁହାଯାଇଛି। ଅନୁସୂଚିତ ଜାତିର ବ୍ୟକ୍ତି ଓରଟେଲର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀ।

Comments are closed.