Odisha Link
Bridging the Missing Links in Odisha

ଭଦ୍ରକରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ

ଭଦ୍ରକ: ଭଦ୍ରକରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭଦ୍ରକ ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ ଳାଗିଛି। ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି। ଅବକାରୀ ବିଭାଗ ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ଅବକାରୀ ବିଭାଗର ଗୋଟିଏ ଟିମ ମାଜିଷ୍ଟ୍ରେଟଙ୍କ ସହ ତିହିଡି ଥାନା ଅଞ୍ଚଳର ବୁଧୁପୁର, କନ୍ଦପୁର, ବିଦ୍ୟାଧରପୁର ଗାଁ ସହ ପୁରୁଣାବଜାର ଥାନା ଅଞ୍ଚଳର ମିର୍ଜାପୁର ଗାଁର ଚଢ଼ାଉ କରିଥିଲା।

ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ପ୍ରାୟ ୫୨୦ଲିଟର ଦେଶୀ ମଦ ଜବତ ହେବା ସହ ୫ଜଣଙ୍କ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଦେଶୀ ମଦ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏପରି ଚଢ଼ାଉ ଆଗକୁ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.