Odisha Link
Bridging the Missing Links in Odisha

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ଡିଏନଏ ଟେଷ୍ଟ ପାଇଁ ପହଞ୍ଚିଲେ ସୀମାଞ୍ଚଳଙ୍କ ପରିବାର

ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା। ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ ପାଇଁ ନିଖୋଜ ସୀମାଞ୍ଚଳଙ୍କ ପରିବାର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି।

ସୀମାଞ୍ଚଳଙ୍କ ବାପା କହିଛନ୍ତି ଯେ, ବିସ୍ଫୋରଣ ପାଇଁ କିଏ ଦାୟୀ ସ୍ପଷ୍ଟ ହେଉ। ବିସ୍ଫୋରଣ କାହାର ଭୁଲ ପାଇଁ ହେଲା, କିଏ ଦାୟୀ ସେ ନେଇ ସ୍ପଷ୍ଟ ହେଉ। ପୁଅ ନିଖୋଜ ନେଇ ପ୍ରକୃତ ତଥ୍ୟ କଣ ତାହା ସ୍ପଷ୍ଟ କରାଯାଉ ବୋଲି ସୀମାଞ୍ଚଳଙ୍କ ବାପା କହିଛନ୍ତି।

ସୂଚନାଯୋଗ୍ୟ, ରାଜଭବନ ପାଖ ପେଟ୍ରୋଲ ପମ୍ପ୍ ବିସ୍ଫୋରଣରେ ନିଖୋଜ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ଟେଷ୍ଟ ନିମନ୍ତେ ଗତ ମଙ୍ଗଳବାର କମିଶନରେଟ ପୁଲିସ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା। ଏନେଇ ସ୍ୱୀକୃତି ମିଳିବା ପରେ ଦୁର୍ଘଟଣାସ୍ଥଳରୁ ଛିଟିକି ପଡ଼ିଥିବା ଦରପୋଡ଼ା ମାଂସଖଣ୍ଡକୁ ପୁଲିସ ସଂଗ୍ରହ କରିଥିବା ହାଡ଼ରୁ ନମୁନା ନିଆଯାଇ ଡିଏନଏ ଟେଷ୍ଟ କରାଯିବ।

Comments are closed.