Odisha Link
Bridging the Missing Links in Odisha

କଟକ ନାବାଳିକା ଦୁଷ୍କର୍ମ ଘଟଣା, ଗିରଫ ଦୁଇ ଜଣ ହିଁ ଅଭିଯୁକ୍ତ: ଡିସିପି

କଟକ: କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ହିଁ ଅଭିଯୁକ୍ତ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ।

ଡିସିପି ପ୍ରତୀକ୍ ସିଂ କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ଏବଂ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛି। ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ତଦନ୍ତ କରାଯାଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ। ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲର ଫୋରେନସିକ୍‌ ଯାଞ୍ଚ କରାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

ଅନ୍ୟପଟେ ପୀଡିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ଏହାଛଡା ନାବାଳିକାଙ୍କ ଡ୍ରେସ ଓ ସେ ବ୍ୟବହାର କରୁଥିବା କିଛି ଜିନିଷର ଫୋରେନସିକ୍ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଯାଇଛି।

ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଥିଲେ। ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ କଟକ ଡିସିପି ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ପୋଲିସ କମିଶନର ସାଧୁବାଦ ଜଣାଇଥିଲେ। ଶୀଘ୍ର ଘଟଣାର ତଦନ୍ତ କରି ଅଭିଯୋଗ ପତ୍ର ଦାଖଲ କରାଯିବା ସହ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପୋଲିସ କମିଶନର ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ।

ସୂଚନା ଅନୁସାରେ ଜଣେ ନାବାଳିକାଙ୍କୁ ଘରେ ଛାଡ଼ିଦେବା କହି ଅପହରଣ କରିଥିଲେ। ଏବଂ ୨୨ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନଶୋଷଣ କରିଥିଲେ ଦୁର୍ବୃତ୍ତ।

Comments are closed.