Odisha Link
Bridging the Missing Links in Odisha

ନେପାଳ ଗସ୍ତରେ ଯିବେ ଭାରତୀୟ ସେନାମୁଖ୍ୟ ଜେନେରାଲ ନରୱଣେ

ନୂଆଦିଲ୍ଲୀ: କିଛି ମାସ ତଳେ ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳ ଦେଶର ନୂଆ ମାନଚିତ୍ର ଜାରି କରିଥିଲା। ଯାହାଫଳରେ ମଧ୍ୟ କିଛି ବିବା ଦେଖିବାକୁ ମିଳିଥିଲା। ଏସବୁ ପରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଖୁବଶୀଘ୍ର ନେପାଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନେପାଳ ସରକାରଙ୍କ ଦ୍ୱାରା ଭାରତର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ଏକ ନୂଆ ମାନଚିତ୍ର ଜାରି କରାଯିବା ପରେ ପ୍ରଥମ ଥର ପାଇଁ ଭାରତର ଜଣେ ବରିଷ୍ଠ ଅଧିକାରୀ ସେଠାକୁ ଗସ୍ତ କରିବେ।

ଜେନେରାଲ ନରୱଣେଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଗତ ଫେବ୍ରୁଆରୀ ମାସରେ ନେପାଳ ସରକାର ସ୍ୱୀକୃତି ଦେଇଥିଲେ। ମାତ୍ର ଦୁଇ ଦେଶରେ ଲକ୍‌ଡାଉନ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା। ଆଗାମୀ ଗସ୍ତ ସମୟରେ ନେପାଳର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଜେନେରାଲ ନରୱଣେଙ୍କୁ ନେପାଳ ସେନାର ଅନରାରି ଜେନେରାଲ ର‌୍ୟାଙ୍କ୍‌ ପ୍ରଦାନ କରିବେ ବୋଲି ସୂଚନା ରହିଛି।

Comments are closed.