Odisha Link
Bridging the Missing Links in Odisha

ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ବ୍ରହ୍ମପୁର: ଗଞ୍ଜାମ ବଡ଼ ବଜାର ଥାନା ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ। ଆଜି ସକାଳେ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ଫାଷ୍ଟ୍ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ପାଖ ରାସ୍ତା କଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତାଙ୍କୁ ଚିହ୍ନି ହେଉନାହିଁ। ଗତକାଲି ରାତିରେ ମୃତକଙ୍କ ଉପରେ କୌଣସି ଟ୍ରକ୍ ଚଢ଼ିଯାଇଥିବାର ସନ୍ଦେହ କରାଯାଉଛି।

ଏନେଇ ଖବର ପାଇ ବଡ଼ ବଜାର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କର ପରିଚୟ ଜଣାପଡି ନାହିଁ। ଉକ୍ତ ମୃତକଙ୍କ ବୟସ ୪୦ ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।

Comments are closed.