Odisha Link
Bridging the Missing Links in Odisha

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣ କରିଲେ ନବୀନ ପଟ୍ଟନାୟକ। ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ବିଟ୍‌ କରି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି- ‘ନବୀନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ ରଖନ୍ତୁ। ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।

ଚଳିତ ବର୍ଷ ନବୀନ ନିଜ ଜନ୍ମଦିନ ପାଳନ କରିବେ ନାହିଁ। କୋଭିଡ୍‌ ସଂକ୍ରମଣ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି। ଗତ ୮ ମାସ ହେଲା ‌କରୋନା ପାଇଁ ସମ‌େସ୍ତ କଠୋର ସମୟ ଦେଇ ଗତି କରୁଛନ୍ତି। ତେଣୁ ତାଙ୍କ ଜନ୍ମଦିନରେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା‌, ରକ୍ତଦାନ କରିବା ଓ ପ୍ଲାଜ୍‌ମା ଦାନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମନ୍ତ୍ରୀ, ବିଧାୟକ, ଦଳର କର୍ମକର୍ତ୍ତାମାନେ ନବୀନ ନିବାସ ନ ଆସିବାକୁ ଏବଂ କୌଣସି ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି।

Comments are closed.