Odisha Link
Bridging the Missing Links in Odisha

ଆମେରିକାରେ ଅଦିନିଆ ରଥାଯାତ୍ରା, ଦାମୀ କାରରେ ଶ୍ରୀବିଗ୍ରହ ହେଲେ ବିଜେ

ଆମେରିକା: ପୁଣିଥରେ ବିଦେଶ ମାଟିରେ ଅଦିନରେ ପାଳନ ହେଲା ରଥାଯାତ୍ରା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଟୋବର ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋର ଠାରେ ପାଳିତ ହୋଇଥିବା ସ୍ଥାନୀୟ ଇସ୍କନ୍‌ ସଂଗଠନର ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡ଼ିଛି।

ଏହି ଭିଡିଓରେ ଶ୍ରୀବିଗ୍ରହଙ୍କୁ ଦାମୀ କାରରେ୍‌ ବସାଇ ଇସକନ ଧର୍ମାବଲମ୍ବୀ ମାନେ ରଥଯାତ୍ରା ପାଳନ କରୁଥିବା ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ଭାରତୀୟ ଓ ଆମେରିକୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଗରେ ଭାରତୀୟ ଜାତୀୟ ପତାକା ଉଡୁଥିଲା। ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଖିବା ପରେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

https://www.facebook.com/519571894831140/videos/449622022683172/

ଅଦିନରେ ରଥଯାତ୍ରା ପାଳନ ନେଇ ବାରମ୍ବାର ବୁଦ୍ଧିଜୀବୀ ମହଲରେ ବିରୋଧ ହେଉଛି। ଖୋଦ୍‌ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏଭଳି ରଥଯାତ୍ରା ନ କରିବାକୁ ପରାମର୍ଶ ଜାରି କରିଛି। ହେଲେ ବିଦେଶରେ ବାରମ୍ବାର ଅଦିନରେ ରଥଯାତ୍ରା ପାଳନ ହେଉଛି।

 

Comments are closed.