Odisha Link
Bridging the Missing Links in Odisha

ସିଲ ହୋଇଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲାଯିବ : ବିଏମସି କମିଶନର

ଭୁବନେଶ୍ୱର : ଆଗକୁ ପାର୍ବଣ ଥିବାରୁ ଅଧିକ ସତର୍କ ରହିବାକୁ ପଡିବ । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରର ସ୍ଥିତି ନେଇ କମିଶନର କହିଛନ୍ତି ଯେ, ‘ରାଜଧାନୀରେ ଆକ୍ରାନ୍ତଙ୍କ ଭିତରୁ ୭୫% ହୋମ ଆଇସୋଲେସନରେ ଅଛନ୍ତି । ଆଇସିୟୁରେ ବେଡ୍ ଉପଲବ୍ଧ ଅଛି ।

ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ପାର୍ବଣ ସମୟ ଆମ ପାଇଁ ଆହ୍ୱାନପୂର୍ଣ୍ଣ ରହିବ । ପାର୍ବଣ ସମୟ କୋଭିଡ ନିୟମ ମାନନ୍ତୁ ।’ ଏହା ସହ ଭୁବନେଶ୍ୱରରେ ଖିଲାପୀ ଦୋକାନରୁ ସିଲ୍ ଖୋଲିବ ବିଏମସି । ସିଲ୍ ହୋଇଥିବା ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.