Odisha Link
Bridging the Missing Links in Odisha

ଉପନିର୍ବାଚନ: ମିଟିଂ ପାଇଁ ଲାଗିଲା କଟକଣା

ଭୁବନେଶ୍ବର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରାଯାଇଛି। ସଭା ନେଇ ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର। ଗାଇଡଲାଇନ ଅନୁସାରେ କୌଣସି ହଲ୍, ସଭାଗୃହରେ ମିଟିଂ କଲେ ୫୦% ଲୋକଙ୍କୁ ଅନୁମତି ଦିଆଯାଇଛି। ହଲର ୫୦% ସିଟ୍‌ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ। ମିଟିଂ ହଲରେ ସବୁଲୋକ ମାସ୍କ ପିନ୍ଧିବେ ଓ ସମାଜିକ ଦୂରତ୍ବ ରଖିବେ। ସମସ୍ତଙ୍କର ଥର୍ମାଲ ସ୍କାନିଂ ହେବ। ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯିବ। ଖୋଲା ଜାଗାରେ ସ୍ଥାନ ଦେଖି ଲୋକସଂଖ୍ୟା ଅନୁମତି ଦେବ ଜିଲ୍ଲା ପ୍ରଶାସନ। ସଭାରେ କେତେ ଲୋକଙ୍କୁ ଅନୁମତି ଦିଆଯିବ ତାହା ଜିଲ୍ଲା ପ୍ରଶାସନ ସ୍ଥିିର କରିବ।

ପ୍ରକାଶ ଯେ, ନିର୍ବାଚନ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ସରିଛି ଯାଞ୍ଚ ପ୍ରକ୍ରିୟା। ସମସ୍ତ ପ୍ରାର୍ଥୀଙ୍କୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିଲା। ନାମାଙ୍କନ ପତ୍ର ଯାଞ୍ଚ ବେଳେ ପ୍ରାର୍ଥୀ ଉପସ୍ଥିତ ଥିଲେ। ବିଜେଡିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା , କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ, କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଏହାସହ ୫ ଜଣ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ମଧ୍ୟରେ ବିଜେଡି, ବିଜେପି, କଂଗ୍ରେସ ଓ ବାମଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି।

ଆଗାମୀ ଦିନରେ ପ୍ରଚାର ବେଳେ ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏବେଠାରୁ ହିଁ ବିଜେଡିର ବହୁ ହାଇପ୍ରୋଫାଇଲ ନେତା ବିଜୟଙ୍କ ସାଥିରେ ରହିଥିବା ବେଳେ ଆଗକୁ ଅନେକ ନେତା ତିର୍ତ୍ତୋଲ ଆସି ଭୋଟରଙ୍କୁ ବିଜୟ ପାଇଁ ଭୋଟ ମାଗିବେ। ସେହିପରି ଅନ୍ୟ ଦଳର ପ୍ରାର୍ଥୀ ବି ଷ୍ଟାର ପ୍ରଚାରକଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି।

Comments are closed.