Odisha Link
Bridging the Missing Links in Odisha

କୋରାପୁଟ-ମାଲକାନଗିରି ସୀମାରୁ ବିପୁଳ ମାଓ ସାମଗ୍ରୀ ଜବତ

ଜୟପୁର: କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। କୋରାପୁଟ – ମାଲକାନଗିରି ସୀମାରୁ ବିଏସଏଫ୍ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି ବୋଲି ଜଣାପଡ଼ିଛି।

କୋରାପୁଟ-ମାଲକାନଗିରି ସୀମାନ୍ତ ମାଛକୁଣ୍ଡ ଥାନା ଅନ୍ତର୍ଗତ ସୀମାନ୍ତ ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ଏକାଠି ଥିବା ଖବର ମିଳିଥିଲା। ଏତେ ପରିମାଣର ମାଓବାଦୀ ଲୁଚିରହିଥିବାର ଖବର ପାଇ କୋରାପୁଟ ପୋଲିସ , ଡିଭିଏଫ ଓ ବିଏସଏଫ୍ତରଫରୁ ମିଳିତ ଭାବେ ଅପରେସନ କରାଯାଇଥିଲା। କିନ୍ତୁ ପୋଲିସ ଓ ଯବାନଙ୍କ ଅପରେସନ ପୂର୍ବରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ନକ୍ସଲମାନେ ଘଟଣାସ୍ଥଳରୁ ଖସିଯାଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଠାବ ହୋଇଛି।

ଜବତ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ଫ୍ଳାସ୍ ଲାଇଟ୍ ଓ ମାଓ କ୍ୟାଡେରଙ୍କ ଫଟୋ ରହିଛି। ସେହିପରି ଜବତ ହୋଇଥିବା ବିସ୍ଫୋରକକୁ ମାଓବାଦୀମାନେ ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଲୁଚାଇ ରଖିଥିଲେ।ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଉଦ୍ଦ୍ୟେଶ ରଖାଯାଇଥିବା କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି। ଏନେଇ ତଦନ୍ତ ଜାରି ରହିଛି।

Comments are closed.