Odisha Link
Bridging the Missing Links in Odisha

ସ୍କୁଲ ଫି ମାମଲା: ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ହାଇକୋର୍ଟରେ ସ୍କୁଲ ଫି’ ମାମଲା। ସ୍କୁଲ ଫି’ ଛାଡ଼ ସମ୍ପର୍କିତ ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନସନ ପିଟିସନକୁ ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ହାଇକୋର୍ଟ ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ଦିନ ପରେ କରିବେ।

Comments are closed.