Odisha Link
Bridging the Missing Links in Odisha

କରୋନା କଟକଣା ଭିତରେ ଚାଲିଛି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଭୁବନେଶ୍ବର: ଶାରଦୀୟ ପାର୍ବଣ ଅବସରରେ ଚଳିତ ବର୍ଷ କରୋନା କଟକଣା ଭିତରେ ଚାଲିଛି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମା’ଙ୍କ ନବରାତ୍ରି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶକ୍ତିପୀଠ ଓ ମନ୍ଦିର। ଆଜି ହେଉଛି ମା’ଙ୍କ ନବରାତ୍ରର ତୃତୀୟ ଦିନ। ଶକ୍ତିପୀଠ ଗୁଡିକରେ ନବରାତ୍ରରେ ନଅ ପ୍ରକାରର ବେଶରେ ଦର୍ଶନ ଦେଉଛନ୍ତି ମାଆ।

ମାତ୍ର କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ବିନା ଭକ୍ତରେ ପୂଜା ପାଉଛନ୍ତି ମା। କଟକର ପ୍ରସିଦ୍ଧ ଗଡଚଣ୍ଡୀ ପୀଠରେ ବିଭିନ୍ନ ବେଶରେ ଚାଲିଛି ମା’ଙ୍କ ନବରାତ୍ର ପୂଜା।

Comments are closed.