Odisha Link
Bridging the Missing Links in Odisha

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗୀର ସହରର ଚନ୍ଦ୍ରଶେଖରନଗରରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେ‌ଥିବାକୁ ମିଳିଛି। ଚନ୍ଦ୍ରଶେଖରନଗର ଏକ ସରକାରୀ କ୍ୱାର୍ଟସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ଘର ବଲାଙ୍ଗୀରର ସଦର ବ୍ଲକ ପୁଡାସିଂ ଗାଁରେ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଅବସ୍ଥାରେ ଟାଉନ ପୁଲିସ ମୃତଦେହ ଜବତ କରିଛି।

ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡିରହିଥିବା ବେଳେ ବୃଦ୍ଧାଙ୍କର ମୃତଦେହ ଝରକାରେ ବନ୍ଧା ଅବସ୍ଥାରେ ବେକରେ ରଶି ଲାଗିଥିବା ଅବସ୍ଥାରେ ରହିଛି। ଅସହାୟ ଜୀବନ ବିତାଉଥିବାରୁ ଲୋକେ ଉକ୍ତ ଦମ୍ପତିଙ୍କୁ କ୍ୱାଟର୍ସରେ ରଖିଥିଲେ। ତେବେ କିଭଳି ଓ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି , ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.