Odisha Link
Bridging the Missing Links in Odisha

ଦୁର୍ଗା ମୂର୍ତ୍ତି ଉଚ୍ଚତା ମାମଲା: ଆଜି ରିପୋର୍ଟ ଦାଖଲ କରିବେ ଏଜି

କଟକ: ହାଇକୋର୍ଟରେ ଆଜି ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ହେବ। ମୂର୍ତ୍ତି ଉଚ୍ଚତା ନେଇ କୋର୍ଟଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିବେ ଆଡଭୋକେଟ୍ ଜେନେରାଲ୍। ଉକ୍ତ ରିପୋର୍ଟ ଆଧାରରେ ଶୁଣାଣି କରାଯିବ। ଆଜି ଏସଂକ୍ରାନ୍ତୀୟ ମାମଲାର ଚୁଡାନ୍ତ ଶୁଣାଣି କରିଵେ ହାଇକୋର୍ଟ। ସୂଚନାଯୋଗ୍ୟ, କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତାକୁ ନେଇ ପ୍ରଥମେ ବିବାଦ ଉଠିଥିଲା। ପରେ କୋର୍ଟର ହସ୍ତକ୍ଷେପ ପରେ ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା।

କଟକ ସହରର ୯ ଟି ପୁଜା ମଣ୍ଡପରେ ପୂର୍ବ ବର୍ଷ ପରି ମୁର୍ତ୍ତି ନିର୍ମିତ ହୋଇସାରିଛି। ଯାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ଶୁକ୍ରବାର ଏଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ମୁର୍ତ୍ତି ନିର୍ମାଣ କରିବା ଲାଗି ପ୍ରଥମେ ଵାଲୁ ଵଜାର ପୁଜାମଣ୍ଡପକୁ ଅନୁମତି ଦେଇଥିଲେ ହାଇକୋର୍ଟ। ପରେ କଟକ ଫିରିଙ୍ଗି ବଜାର ଏବଂ ଉପର ତେଲେଙ୍ଗାବଜାର ସମେତ ୯ ଟି ପୁଜାମଣ୍ଡପ ରେ ପୂର୍ବ ଢାଞ୍ଚାରେ ମୁର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା।

ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଆଧାରରେ ମୁର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲ । ନଵନିର୍ମିତ ବଡ ମୁର୍ତ୍ତି ଗୁଡିକୁ ଭାଙ୍ଗିଦେବାଲାଗି ସମ୍ପୃକ୍ତ ପୁଜାକମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ କମିଶନର। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ଦାଖଲ ହୋଇଛି। ତେବେ ପୂଜା ପ୍ରସ୍ତୁତି ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି।

Comments are closed.