Odisha Link
Bridging the Missing Links in Odisha

IPL-2020: ପ୍ରଥମ ବିଦେଶୀ ଖେଳାଳି ଭାବେ କଲେ ଏହି ରେକର୍ଡ

ଦୁବାଇ: ବିଦେଶରେ ଚାଲିଛି ଫଟାଫଟ କ୍ରିକେଟ ଲିଗ୍‌ ଆଇପିଏଲ। ଖେଳାଳି ମାନେ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ନିଜ ନାମରେ କରୁଛନ୍ତି। ସେହି କ୍ରମରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଆଇପିଏଲ ଇତିହାସରେ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଡେଭିଡ ୱାର୍ଣ୍ଣର ଚଳିତ ଆଇପିଏଲ୍‌ରେ ୫,୦୦୦ରନ୍‌ ପୂରଣ କରିଛନ୍ତି। ଆଇପିଏଲ୍‌ ଇତିହାସରେ ଚତୁର୍ଥ ବ୍ୟାଟ୍ସମ୍ୟାନ ତଥା ପ୍ରଥମ ବିଦେଶୀ ଖେଳାଳି ଭାବେ ସେ ୫,୦୦୦ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି।

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ୱାର୍ଣ୍ଣର ୩୩ଟି ବଲ୍‌ରୁ ଅପରାଜିତ ୪୭ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରି ନାଇଟ୍‌ ରାଇଡର୍ସ ୫/୧୬୩ ରନକ୍‌ କରିଥିଲା। ଜବାବରେ ସନରାଇଜର୍ସ ୬/୧୬୩ ରନ୍‌ ସଂଗ୍ରହ କରିବା ଫଳରେ ମ୍ୟାଚ୍‌ ‘ଟାଇ’ ରହିଥିଲା । ପରେ ସୁପର ଓଭରରେ ନାଇଟ୍‌ ରାଇଡର୍ସ ବିଜୟ ହାସଲ କରିଥିଲା। ଆଇପିଏଲ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ସର୍ବାଧିକ ୫୭୫୯ ରନ୍‌ ସଂଗ୍ରହ କରିସାରିଛନ୍ତି। ସେହିପରି ଚେନ୍ନାଇ ସୁପରକିଙ୍ଗ୍‌ସର ସୁରେଶ ରାଇନା ୫୩୬୮ ରନ୍‌ ସଂଗ୍ରହ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୫୧୪୯ ରନ୍‌ ସଂଗ୍ରହ କରିଛନ୍ତି। ଚଳିତବର୍ଷ ଉଭୟ ରୋହିତ ଓ ଓ୍ବାର୍ଣ୍ଣର ଏହି କ୍ଲବରେ ସାମିଲ ହୋଇଛନ୍ତି।

Comments are closed.