ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ୨ ଶିକାରୀ ଗିରଫ

ରେଢ଼ାଖୋଲ: ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ। ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭିର ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ରେଢାଖୋଲ ବନବିଭାଗ ହାବୁଡରେ ପଡି ୨ ଶିକାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବେଲାରସେନ ନାଏକ ଓ ରମେଶ ବିଶି।
ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡର ଚାରମାଲ ରେଞ୍ଜ ବଡ ହିନ୍ଦୋଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ତାର ବିଛାଉଥିବା ବେଳେ ଧରାପଡିଛନ୍ତି। ତେବେ ଏମାନଙ୍କଠାରୁ ତାର ସହ ଶିକାର ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରିଛି ବନ ବିଭାଗ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।