Odisha Link
Bridging the Missing Links in Odisha

ଏକାଧିକ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ ଜେଇଇ ପରୀକ୍ଷା

ନୂଆଦିଲ୍ଲୀ : ୨୦୨୧ ଠାରୁ ଏକାଧିକ ଆଞ୍ଚଳିକ ଭାଷାରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ବର୍ଷଠାରୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବ ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି ।

ନୂତନ ଶିକ୍ଷାନୀତି ୨୦୨୦ଅନୁଯାୟୀ ଜଏଣ୍ଟ ଆଡମିଶନ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପରୀକ୍ଷା ହିନ୍ଦି, ଇଂରାଜୀ ଏବଂ ଗୁଜୁରାଟୀ ଭାଷାରେ ହେଉଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ଏକାଧିକ ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ ବୋଲି ନିଶଙ୍କ ସୂଚନା ଦେଇଛନ୍ତି । ସମୁଦାୟ ୧୧ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ ବୋଲି ଟ୍ୱିଟ କରି ଘୋଷଣା କରିଛନ୍ତି ନିଶଙ୍କ ।

Comments are closed.