Odisha Link
Bridging the Missing Links in Odisha

ମୁମ୍ବାଇ ସପିଂ ମଲରେ ଅଗ୍ନିକାଣ୍ଡ

ମୁମ୍ବାଇ:ଗତ କାଲି ରାତିରେ ଦକ୍ଷିଣ-ମୁମ୍ବାଇର ଏକ ସପିଂ ମଲରେ ନିଆଁ ଲାଗିଥିଲା କିନ୍ତୁ ଆଜି ସକାଳ ସୁଦ୍ଧା ନିୟନ୍ତ୍ରଣକୁ ଆସିପାରିନାହିଁ । ଗୁରୁବାର ରାତିରେ ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ ବ୍ୟାପିଯାଇଯାଇଛି ।

ସୂଚନା ଅନୁସାରେ ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ସାଢେ ୮ ସମୟରେ ନିଆଁଲାଗିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଲେବଲ-୧ ସ୍ତରର ନିଆଁ ଥିବାବେଳେ ଶୁକ୍ରବାର ସୁଦ୍ଧା ଏହା ଆହୁରି ଭୀଷଣ ଆକାର ଧାରଣ କରି ଲେବଲ-୫ ସ୍ତରରେ ପହଞ୍ଚିଯାଇଛି ।

ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୨୪ ଜଣ ଫାୟାର ଇଂଜିନିୟର, ୧୬ଟି ଜୁମ୍ବୋ ଟ୍ୟାଙ୍କର ଓ ପ୍ରାୟ ୨୫୦ ଦମକଳ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ନିଆଁ ଲଭାଇବା ବେଳେ ୨ ଜଣ ଦମକଳ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।

ଅନ୍ୟପକ୍ଷରେ ନିଆଁ ବେଳକୁ ବେଳ ବ୍ୟାପିଚାଲିଥିବାରୁ ସପିଂ ମଲ ପାଖରେ ଥିବା ଅର୍କିଡ୍‌ ଏନକ୍ଲେଭ ନାମକ ଆବାସିକ ଆପାର୍ଟମେଣ୍ଟକୁ ଖାଲି କରାଯାଇଛି । ପୁଲିସ ଦ୍ୱାରା ଏହି ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୩୫୦୦ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହି ନିଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Comments are closed.