Odisha Link
Bridging the Missing Links in Odisha

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି

ନିଆଳି: ନିଆଳି ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ଆଣିଛନ୍ତି।

କୋଭିଡ୍ ପାଇଁ ବିଜ୍ଞାନରେ ମୋଟ୍‌ ୮୦ ମାର୍କର ପରୀକ୍ଷା ହୋଇଥିଲା। ଅବ୍‌ଜେକ୍ଟିଭ୍‌ରେ ୫୦ ମାର୍କ ଓ ସବ୍‌ଜେକ୍ଟିଭ୍‌ରେ ୩୦ ମାର୍କର ପରୀକ୍ଷା ହୋଇଥିଲା।

କିନ୍ତୁ ବିକାଶଙ୍କୁ ସବ୍‌ଜେକ୍ଟିଭ୍‌ରେ ୩୦ ମାର୍କରୁ ୪୨ ମାର୍କ ମିଳିଛି ଓ ହିନ୍ଦୀରେ ତାଙ୍କୁ କୌଣସି ନମ୍ବର ମିଳିନ ନାହିଁ । ତେଣୁ ଏହା ତ୍ରୁଟିପୂର୍ଣ୍ଣ ବୋଲି ସେ ଅଭିଯୋଗ ଆଣିଛନ୍ତି।