Odisha Link
Bridging the Missing Links in Odisha

ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

କିଶୋର ନଗର: ଆଜି ସକାଳେ ଅନୁଗୁଳ ଜିଲ୍ଲାର କିଶୋରନଗର ଥାନା ଅଞ୍ଚଳରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ୫୫ ନମ୍ବର ଜାତୀୟ ରାଜପଥ ବାମୁର ନିକଟରେ ହୋଇଥିବା ସୂଚନାମିଳିଛି ।

ଦୁର୍ଘଟଣାରେ ଜଣେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ପ୍ରକାଶ ନାୟକ ଓ ତାଙ୍କର ବୟସ ୩୨ ବର୍ଷ।

ତାଙ୍କର ଘର ହଣ୍ଡପା ଥାନାର କୁଆଝରି ଗାଁରେ ବୋଲି ଜଣାଯାଇଛି। ଆହତଙ୍କୁ କିଶୋର ନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତାଙ୍କ ଘର କେଉଁ ଅଞ୍ଚଳରେ ତାହା ଜଣା ପଡ଼ିନାହିଁ ।

Comments are closed.